ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ ହୋଇଛନ୍ତି | ଗଣମାଧ୍ୟମରେ ବୟାନ ସହ କାରଣ ଦର୍ଶାଅ ନୋଟିସର ଜବାବ ନ ଦେବା ଯୋଗୁଁ କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ | ଆଜି ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ମନ୍ମଥଙ୍କୁ ନିଲମ୍ବନ କରିଛି | ଶୃଙ୍ଖଳା କମିଟି ପକ୍ଷରୁ କୁହାଯାଇଛି ଯେ ମନ୍ମଥ ଦଳର ସଦସ୍ୟ ଥାଇ ବି ନଥିବା ଭଳି ମନ୍ତବ୍ୟ ଦେଇଥିଲେ, ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ସତ୍ତ୍ୱେ ସେ ଏହାର ଉତ୍ତର ନ ଦେଇଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି | ଉଲ୍ଲେଖ ଥାଉ କି ମନ୍ମଥ କହିଥିଲେ ଯେ ବିଗତ ସାଢ଼େ ୪ବର୍ଷ ଧରି ନିର୍ବାଚନମଣ୍ଡଳୀରେ କାମ କରି ଆସୁଛି। ଏହାଭିତରେ ଅନେକ ଅଭିଜ୍ଞତା ମିଳିଛି। ମୁଁ ଟିମ୍ ୱାର୍କରେ ବିଶ୍ବାସ କରେ। ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନ ଲଢ଼ିବା ପାଇଁ କଲେଜ ଛାତ୍ରଛାତ୍ରୀ, ମହିଳା ଓ ସମସ୍ତଙ୍କର ମତ ରଖିଛନ୍ତି। ଜନତାଙ୍କ ମତକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନେଇଛି ବୋଲି କହିଥିଲେ | ଯାହାକି ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା |






More Stories
ପାଣ୍ଡିଆନ ଆମ ନେତା ନୁହନ୍ତି……
ବାଂଲାଦେଶ ହିଂସା ଉସୁକାଉଛି ପାକ୍ ସେନା,ଆଇଏସ୍ଆଇ…..
ଚିଟ୍ଫଣ୍ଡ ଜମାକାରୀ ପାଇବେ ଟଙ୍କା….