ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି | ଏନେଇ ଏମ୍ସର ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ହେଉଛି | ଉଲ୍ଲେଖ ଯୋଗ୍ୟ ଜ୍ୱର ଓ ଦୁର୍ବଳତା ଅନୁଭବ କରିବାରୁ ବୁଧବାର ଦିନ ମନମୋହନ ସିଂହଙ୍କୁ ଏସ୍ସରେ ଭର୍ତ୍ତି କରାଯାଇଥିଲା । ଡେଙ୍ଗୁରେ ଆକ୍ରାନ୍ତ ଥିଲେ ମଧ୍ୟ ତାଙ୍କ ଶରୀରରେ ପ୍ଲେଟଲେଟ୍ ସଂଖ୍ୟା ବୃଦ୍ଧି ପାଉଛି। ଏଥିଯୋଗୁ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି। ହୃଦରୋଗ ବିଶେଷଜ୍ଞ ଡାଃ.ନୀତିଶ ନାୟକ ତାଙ୍କର ଚିକିତ୍ସା କରୁଛନ୍ତି। କହିରଖୁଛୁ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ମନମୋହନଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ତାଙ୍କ ସହ ଜଣେ ଫଟୋଗ୍ରାଫର ଯାଇଥିବାରୁ ମନମୋହନଙ୍କ ପରିବାର ଏ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଝିଅ ଡାମନ ସିଂ କହିଛନ୍ତି, ମୋ ପରିବାର ଏବେ କଠିନ ସମୟ ଦେଇ ଗତି କରୁଛି। ସେମାନେ ବୟସ୍କ , ଚିଡ଼ିଆଖାନାର ପଶୁ ନୁହନ୍ତି ବୋଲି ସେ ମଧ୍ୟ ପ୍ରକାଶ କରିଛନ୍ତି।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….