Report Card Odisha

| Daily Odia News

ଅଭିଶାପ ପାଇଁ କେଜ୍ରିୱାଲ ଏବେ ଜେଲରେ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରେ ବନ୍ଦୀ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏପ୍ରିଲ ୧୫ପର୍ଯ୍ୟନ୍ତ ସେ ଜେଲରେ ରହିବେ | ଏବେ ବିଜେପି ସ‌ାଂସଦ ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ପାଠ ପଢ଼ାଇ ଦେଶକୁ ଶିକ୍ଷିତ କରିବୁ ବୋଲି କହି ଯୁବପିଢ଼ିଙ୍କୁ ମଦ ପିଇବାକୁ କେଜ୍ରିୱାଲ ଅନୁପ୍ରାଣିତ କରିଥିବା କହିଛନ୍ତି ମନୋଜ। ଦିଲ୍ଲୀର ବିଜେପି ମୁଖ୍ୟ ବିରେନ୍ଦର ସଚ୍ଚଦେବାଙ୍କ ସହ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କୁ ପାଠଶାଳା ଖୋଲିବାର ଥିଲା। ହେଲେ ସେ ମଧୁଶାଳା ଖୋଲିଦେଲେ। ଏହି ଭୁଲ ପାଇଁ ଦିଲ୍ଲୀର ମା’ମାନେ ତାଙ୍କୁ ଅଭିଶାପ ଦେଇଥିଲେ, ଯାହାର ଫଳ ସେ ଏବେ ଜେଲରେ ଭୋଗୁଛନ୍ତି। ଏବେ ଦିଲ୍ଲୀର ମଦ ଦୁର୍ନୀତିରେ ବିଜେପିକୁ ଏକ ଧଳା କାଗଜ ଆଣିବାକୁ ପଡିବ ଏବଂ ମୋର ବିଶ୍ୱାସ ଯେ, ଆମେ ସବୁ କିଛି ସଫା ଓ ସ୍ପଷ୍ଟ କରିଦେବୁ। ପ୍ରଥମେ ସେମାନେ ଦିଲ୍ଲୀକୁ ଲୁଟିଥିଲେ ଏବଂ ପରେ ସରକାରୀ ପାଣ୍ଠିରୁ ଅବକାରୀ ନୀତି ଦୁର୍ନୀତି ମାମଲା ଲଢ଼ିବା ପାଇଁ ପ୍ରାୟ ୨୫କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏଥିପାଇଁ ସେମାନଙ୍କୁ ଏବେ ଆହୁରି ୧୦୦କୋଟି ଟଙ୍କା ଦରକାର।”

Breaking News