ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୈଠକ । ଦେଶରେ କୋଭିଡ଼ ଟିକାକରଣ ଶହେ କୋଟି ଅତିକ୍ରମ କରିସାରିଥିବା ନେଇ ବୈଠକ ଡକାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଅଧ୍ୟକ୍ଷତାର ଦିଲ୍ଲୀ ବିଜ୍ଞାନ ଭବନରେ ବସିବ ଏହି ବୈଠକ । ତେବେ ଆଜି ବସିବାକୁ ଥିବା ଏହି ବୈଠକରେ ମୁଖ୍ୟତଃ ଟିକାକରଣ ଉପରେ ଆଲୋଚନା ହେବ । ଯେଉଁମାନେ ଆଦୌ ଟିକା ନେଇ ନାହାନ୍ତି ସେମାନଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରିବା ଏବଂ ସମୟ ଗଡ଼ି ଯାଇଥିଲେ ଦ୍ବିତୀୟ ଡୋଜ୍ ନେଇନଥିବା ବ୍ୟକ୍ତିଙ୍କୁ କିପରି ଟିକାକରଣ କରାଯିବ ତାଉପରେ ବିଚାର ବିମର୍ଶ ହେବ । ସେହିପରି ମିଶନ ମୋଡ୍ ରେ କିଭଳି ଟିକାକରଣ ହେବ ତାହା ଉପରେ ଫୋକସ୍ ରହିବ । ବୈଠକରେ ପିଲାଙ୍କ ପାଇଁ ଜାଇକୋଭ୍-ଡି ଟିକାର ମୂଲ୍ୟକୁ ନେଇ ମଧ୍ୟ ଆଲୋଚନା ହେବ । ଦେଶରେ ୧୧ କୋଟି ଲୋକ ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଲା ପରେ ବି ଦ୍ବିତୀୟ ଡୋଜ୍ ଟିକା ନେଇ ନାହାନ୍ତି। ଏପରିକି ସେମାନଙ୍କ ଟିକାକରଣର ସମୟସୀମା ଗଡ଼ିଯାଇଥିଲେ ବି ସେମାନେ ଟିକା ନେବା ପାଇଁ ଆସୁନହାନ୍ତି । ବର୍ତ୍ତମାନ ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଥିବା ସତ୍ବେ ଲୋକ ମାନେ ଟିକା ନେଉନଥିବାରୁ ତାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ୭୫ ପ୍ରତିଶତ ଲୋକ ଅତିକ୍ରମରେ ଗୋଟିଏ ଡୋଜ୍ ଟିକା ନେଇଥିବା ବେଳେ ୩୧ ପ୍ରତିଶତ ଲୋକ ଦ୍ବିତୀୟ ଡୋଜ୍ ନେଇସାରିଛନ୍ତି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..