ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଆସିବା ପୂର୍ବରୁ କଂଗ୍ରେସ କଳିରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତି ନରମିଯାଇଛନ୍ତି । କିଛିଦିନ ତଳେ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଯୋଗ୍ୟ ବୋଲି କହିଥିଲେ ତାର । ଏହାକୁ ନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା | ଏବେ ତାରାଙ୍କ କଥା ବଦଳାଇଛନ୍ତି କହିଛନ୍ତି ନିରଞ୍ଜନ ମୋ ବଡ଼ ଭାଇ। ମୁଁ ତାଙ୍କ ସାନ ଭାଇ। ରାଗ ଅଭିମାନରେ ପିସିସି ସଭାପତିଙ୍କୁ ଅଯୋଗ୍ୟ କହିଦେଇଥିଲି। ସେତେବେଳେ ମୁଡ୍ ଅଲଗା ଥିଲା । ଏବେ ମୁଡ୍ ବଦଳିଲା, ମନ୍ତବ୍ୟ ବି ବଦଳିଲା ବୋଲି ତାରା କହିଛନ୍ତି । ରବିବାର ପ୍ରଭାରୀ ଓ ନିରଞ୍ଜନ ଭାଇଙ୍କ ସହ ଫୋନ୍ ଯୋଗେ କଥା ହୋଇଛି । ପ୍ରଦୀପ ମାଝୀ ଓ ସପ୍ତଗିରି ଉଲ୍ଲକାଙ୍କ ସହ କଥା ହୋଇନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟଯେ, ଗତ କିଛିଦିନ ଧରି କୋରାପୁଟ କଂଗ୍ରେସରେ ବିବାଦ ତୀବ୍ରତର ହେବାରେ ଲାଗିଛି । ଏନେଇ ତାରା ବାରବାର ପିସିସି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ମିଳିନାହିଁ । ଯେଉଁଥିପାଇଁ ତାଙ୍କ ପତ୍ନୀ ତଥା କୋରାପୁଟ କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତି ଦଳ ଛାଡ଼ିବାକୁ ଚେତାବନୀ ବି ଦେଇସାରିଛନ୍ତି । ଏସମ୍ପର୍କରେ ତାରା କହିଛନ୍ତିଯେ, ବିଜେଡ଼ି ବିଧାୟକମାନେ ନବୀନଙ୍କ ନାମରେ ଓ ବିଜେପି ବିଧାୟକମାନେ ମୋଦିଙ୍କ ନାମରେ ନିର୍ବାଚନ ଜିତୁଛନ୍ତି । କିନ୍ତୁ ନିରଞ୍ଜନଙ୍କ ନାଁରେ କଂଗ୍ରେସ ବିଧାୟକମାନେ ନିର୍ବାଚନ ଜିତିନଥା’ନ୍ତି । ତାଙ୍କର ବୟସ ହୋଇଗଲାଣି । ସେ ପଦ ଛାଡ଼ିଦେବା ଉଚିତ । ସେ ଦଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ନିରଞ୍ଜନଙ୍କ ବିରୋଧରେ ସେ ଲଢେ଼ଇ ଜାରିରଖିବେ ବୋଲି ତାରା କହିଥିଲେ ।
More Stories
ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା…..
ଓଟିଇଟି ରେଜଲ୍ଟ ପ୍ରକାଶ….
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..