Report Card Odisha

| Daily Odia News

ମାଓ ମୁକାବିଲା ପାଇଁ ଓଡ଼ିଶାରେ ୧୧ ନୂଆ କ୍ୟାମ୍ପ ପ୍ରତିଷ୍ଠା ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି ମାଓ ସମୀକ୍ଷା ନେଇ ପୋଲିସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପୋଲିସ ଡିଜି ସୁନିଲ କୁମାର ବଂଶଲ୍ ଅଧ୍ୟକ୍ଷତା କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ ଦେବଦତ୍ତ ସିଂହ, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଏସଆଇଡବ୍ଲୁ ଡିଆଇଜି ଉମାଶଙ୍କର ଦାସ ଉପସ୍ଥିତ ରହିଛନ୍ତି। ଏହି ବୈଠକରେ ୧୦ ନକ୍ସଲ ଅଧ୍ୟୁଷିତ ଜିଲ୍ଲା ସହ କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାର ଏସପି ମଧ୍ୟ ଯୋଗ ଦେଇଛନ୍ତି। ଏହା ସହ ସିଆରପିଏଫ୍ ଆଇଜି, ଡିଆଇଜି ଓ ବିଏସଏଫ୍ ଆଇଜି ଓ ଡିଆଇଜି ଯୋଗ ଦେଇଥିବା ଜଣାଯାଇଛି। ମାଓ ମୁକାବିଲା ପାଇଁ ଓଡ଼ିଶାରେ ୧୧ ଟି ନୂଆ କ୍ୟାମ୍ପ ପ୍ରତିଷ୍ଠା ହେବ ବୋଲି ପୋଲିସ ଡିଜି ସୁନିଲ କୁମାର ବଂଶଲ୍ ସୂଚନା ଦେଇଛନ୍ତି। ଏହାଛଡ଼ା କେକେବିଏନ୍ ଓ ନୟନପୁରୀ ଡିଭିଜନ ଫୋକସରେ ରହିବ। ସେହିପରି ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମାଓ ଅଧ୍ୟୁଷିତ ଅଞ୍ଚଳ ପୋଲିସ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କହିଛନ୍ତି ଡିଜିପି।

 

Breaking News