ରିପୋର୍ଟ କାର୍ଡ / ନବରଙ୍ଗପୁର
ପୋଲିସ ଇନଫର୍ମର୍ ସନ୍ଦେହରେ ୩ଜଣଙ୍କୁ ହତ୍ୟା କରି ଗାଁମୁଣ୍ଡରେ ଫୋପାଡ଼ି ଦେଲେ ନକ୍ସଲ। ଏଭଳି ବର୍ବରକାଣ୍ଡ ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଞ୍ଚଳରେ। ମୁର୍ଖେଣ୍ଡି ଗାଁର ୩ ଜଣ ବ୍ୟକ୍ତିଙ୍କୁ ଗତ ଚାରି ଦିନ ପୂର୍ବରୁ ନକ୍ସଲମାନେ ଉଠାଇ ନେଇଥିଲେ। ଗତକାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ପଳାଇଯାଇଥିଲେ । ଗ୍ରାମବାସୀ ଓ ପରିବାର ଲୋକେ ସେମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନାକୁ ଆଣିଥିଲେ। ନକ୍ସଲ ମାନେ ପୋଲିସ ଇନଫର୍ମ ସନ୍ଦେହରେ ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି |






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..