ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ ହୋଇଛି। ଏନକାଉଣ୍ଟରରେ କିଛି ମାଓବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରୁ ଶତାଧିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ଯାହା ମଧ୍ୟରେ ରହିଛି ଏଲଏମଜି, ଏକେ-୪୭, ଆଇଏନଏସଏଏସ, ଏସଏଲଆର ଓ ଷ୍ଟେନ୍ ଗନ୍ ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ । ଏହା ସହିତ ବିଜିଏଲ ସେଲ୍, ଡିଟୋନିଟର, କୋଡେକ୍ସ ଭଳି ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ନାରାୟଣପୁର ଜିଲ୍ଲାର ଡିଆରଜି ବାହିନୀ ଏସଟିଏଫ ଓ ଆଇଟିବିପିର ଯବାନ ମିଳିତ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି । ଲଗାତାର ୫ ଦିନ ଧରି ଜାରି ରହିଥିଲା ମାଓ ଦମନ ଅପରେସନ। ଅଭୁଝମାଡ଼ ଜଙ୍ଗଲରେ ମାଓବାଦୀଙ୍କ କୁତୁଲ ଏରିଆ କମିଟି ସୁରକ୍ଷାକର୍ମୀ ଦେଖି ଆଖିବୁଜା ଗୁଳି ଚାଳନା କରିଥିଲେ। ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଘଟଣାରେ କିଛି ମାଓବାଦୀ ପ୍ରାଣ ହରାଇଥିବା ଆଶଙ୍କା କରୁଛି ପୋଲିସ। ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜାରି ରହିଛି।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..