Report Card Odisha

| Daily Odia News

ଭୋଟ ପ୍ରଚାର ରେ କମ୍ପୁଛି ମର୍ଦମେଖ ପଂଚାୟତ…..

ରିପୋର୍ଟ କାର୍ଡ / ଗଞ୍ଜାମ ( ଭଗବାନ ପାଢ଼ୀ )

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଉଠୁଛି ପଡୁଛି ଗାଁ । ଭୋଟର ଙ୍କୁ ମନାଇବାକୁ ଭିନ୍ନ ଭିନ୍ନ ଢଙ୍ଗରେ ନେତା କରୁଛନ୍ତି ପ୍ରଚାର । ଏହିପରି ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦମେଖ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଜୋର ସୋର ପ୍ରଚାର । ପ୍ରାଥୀ ପ୍ରାଥୀନି ମାନେ ନିଜ ନିଜ ଚିହ୍ନ ର ପ୍ରଚାର କରୁଛନ୍ତି ଏହି ପଞ୍ଚାୟତରେ ସରପଞ୍ଚ ପାର୍ଥୀନୀ ବିଷ୍ଣୁପ୍ରିୟା ଗୌଡ଼ ଓ ସମିତି ସଭ୍ୟ ପାର୍ଥି ପ୍ରଭାକର ନାୟକ। ନିଜ ସମର୍ଥକଙ୍କ ସହ ଆଜି ବେଲଝରି ଓ କନ୍ଦିୟା ଗ୍ରାମରେ ପ୍ରଚାର କରିଥିବାବେଳେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ନିର୍ବାଚନ ରେ କିଭଳି ଜିତିବେ ସେ ନେଇ କସରତ ଆରମ୍ଭ କରିଛନ୍ତି । ଲୋକ ମାନଙ୍କ ଯୋଉ ସବୁ ସମସ୍ୟା ଅଛି ତାହାକୁ ମୁଦା କରି ଭୋଟର ମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି ।
ଏହି ପ୍ରଚାରରେ ପ୍ରାୟ ୨ ସହ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

Breaking News