ରିପୋର୍ଟ କାର୍ଡ / ବ୍ରହ୍ମପୁର
ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ସୁମିତ ଓ ତପସ୍ୱିନୀ ଏକାଠି ରହିବେ | ଦାମ୍ପତ୍ୟ କଳହକୁ ନେଇ ବିବାଦ ପରେ ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିବା ଗଂଜାମ ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ, ତାଙ୍କ ସ୍ୱାମି ସୁମିତ ସାହୁଙ୍କ ସହ ପୁଣି ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର SDJM କୋର୍ଟ । ଉଭୟ ଏକ ଭଡ଼ା ଘର ନେଇ ରହିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସମସ୍ତ ଖର୍ଚ୍ଚ ସୁମିତ ବହନ କରିବେ ବୋଲି କୋର୍ଟ କହିଛନ୍ତି । ସେପଟେ ଆଜିକୁ ୭ ଦିନ ଧରି ପୋଲିସ ସୁରକ୍ଷାରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ନିକଟରୁ ପୋଲିସ ସୁରକ୍ଷାକୁ ହଟାଯାଇଛି । ତେବେ ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୋଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ଉଭୟ ପରିବାରର ଲୋକମାନେ ସେମାନଙ୍କୁ ସାକ୍ଷାତ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । ସେପଟେ ସୁମିତଙ୍କ ପରିବାରକୁ ପକ୍ଷ ରଖିବା ପାଇଁ ୭ ଦିନ ସମୟ ଦିଆଯାଇଛି । ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….