Report Card Odisha

| Daily Odia News

ମାର୍କେଟରେ ଭୟଙ୍କର ବିସ୍ଫୋରଣ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ଲାହୋର ନିକଟ ବାରକଟ ମାର୍କେଟ ଅଞ୍ଚଳ ଭୟଙ୍କର ବିସ୍ଫୋରଣ ଘଟିଛି | ମଙ୍ଗଳବାର ମଧ୍ୟାହ୍ନ ସମୟରେ ବିସ୍ଫୋରଣ ହୋଇଥିବାରୁ ମାର୍କେଟରେ ପ୍ରବଳ ଭିଡ଼ ଜମିଥିଲା। ତେଣୁ ଏକାଧିକ ଲୋକଙ୍କ ମୃତହାତ ହୋଇଥିବା ଆଶଙ୍କା କରାଯାଉଛି। ପ୍ରାଥମିକ ଭାବେ କେବଳ ମାର୍କେଟରେ ଥିବା ଏକାଧିକ ଦୋକାନ ଛିନଛତ୍ର ହୋଇଯାଇଥିବା ସୂଚନା ମିଳିଛି। ପାକିସ୍ତାନର ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ- ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୨ କିମି ଯାଏ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ବିସ୍ଫୋରଣ ପରେ ମାର୍କେଟରେ ଥିବା ଦୋକାନଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଲୋକମାନେ ଭୟରେ ଏଣେତେଣେ ଦୌଡ଼ୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ସ୍ଥାନୀୟ ସାମ୍ବାଦିକମାନେ କହିଛନ୍ତି, ଘଟଣା ପରେ ଏକାଧିକ ଆମ୍ବୁଲାନ୍ସ ମାର୍କେଟରେ ପହଞ୍ଚିଥିଲା। ଆହତମାନଙ୍କୁ ଏବେ ଉଦ୍ଧାର କରାଯାଇ ଲାହୋରରେ ଥିବା ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ପାକିସ୍ତାନର ଏଆରୱାଇ ନ୍ୟୁଜି ଏଜେନ୍ସି କହିଛି, ବର୍ତ୍ତମାନ ସୁଦ୍ଧା ୧୦ଟି ସିଲିଣ୍ଡର ବିସ୍ଫୋରଣ ହୋଇଛି। ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୨ଟି ଗାଡ଼ି ଓ ୨୦ରୁ ଅଧିକ ଦୋକାନ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି।ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବିସ୍ଫୋରଣ ହୋଇଥିବାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀଙ୍କ ହାତ ରହିଛି କି ନାହିଁ, ତା’ର ଯାଞ୍ଚ ମଧ୍ୟ କରାଯାଉଛି। କିଛି ଦିନ ତଳେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀ ହାଫିଜ ସୟିଦର ଘର ନିକଟରେ ବାଇକ ଦ୍ୱାରା ବିସ୍ଫୋରଣ ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିଲେ।

Breaking News