ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଫୈସଲାବାଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ଏଯାବତ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କମିଶନର ରାଜା ଜାହାଙ୍ଗୀର ଅନୱର ନିଶ୍ଚିତ କରିଛନ୍ତି ଯେ ବିସ୍ଫୋରଣ ପରେ ଭଗ୍ନାବଶେଷ ମଧ୍ୟରୁ ଆହୁରି ମୃତଦେହ ଉଦ୍ଧାର କରାଯାଉଛି । ମୃତକଙ୍କ ମଧ୍ୟରେ ୬ଜଣ ଶିଶୁ ଏବଂ ଦୁଇ ଜଣ ମହିଳା ରହିଛନ୍ତି । ଆହତ ୭ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ମଲିକପୁର ଅଞ୍ଚଳର ଏକ ଗ୍ଲୁ ଫ୍ୟାକ୍ଟ୍ରିରେ ସକାଳ ପ୍ରାୟ ୫ଟାରେ ବିସ୍ଫୋରଣ ଘଟିଥିଲା । ଏହି ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର କୋଠାକୁ ଧ୍ୱଂସ କରିଦେଇଛି । ନିକଟରେ ଥିବା ଅନେକ ନିର୍ମାଣଧୀନ କୋଠାକୁ ମଧ୍ୟ ଅନେକ ଭାବରେ କ୍ଷତିଗ୍ରସ୍ତ କରିଛି । କାରଖାନା ଭିତରେ ନିଆଁ ଲାଗିଯିବାରୁ ଅଞ୍ଚଳରେ ଧୂଆଁ ବାହାରୁଥିବା ଦେଖି ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣ ଏକ ଗ୍ୟାସ ପାଇପଲାଇନ ଫାଟିବା ଯୋଗୁ ହୋଇଥିଲା । କମ୍ପେ୍ଲକ୍ସରେ ଚାରୋଟି କାରଖାନା ୟୁନିଟ୍ ଏକକାଳୀନ କାର୍ଯ୍ୟ କରୁଥିଲା ଏବଂ ଅଧିକାଂଶ ମୃତାହତ କାରଖାନାର ପଛ କାନ୍ଥ ସଂଲଗ୍ନ ଘରେ ଘଟିଛି ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..