ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ରାଜକୋଟରେ ଥିବା ଟିଆର୍ପି ଗେମିଂ ଜୋନରେ ନିଆଁ। ନିଆଁରେ ପାଉଁଶ ହୋଇଯାଇଛି ପୂରା ଗେମିଂ ଜୋନ୍। ୨୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଅଭିଯୋଗରୁ ପ୍ରକାଶ, ଆଜକୁ ୪ ଦିନ ତଳେ ସେହି ଗେମିଂ ଜୋନ୍ରେ ନିଆଁ ଲାଗିଥିଲା। ଯେଉଁଥିପାଇଁ ଗେମିଂ ଜୋନ୍କୁ ବନ୍ଦ ରଖାଯାଇଥିଲା। ଆଜି ଖୋଲିଥିଲା। ସେଥିପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା। ଅପରାହ୍ନ ପ୍ରାୟ ୫ଟା ବେଳେ ଗେମିଂ ଜୋନରେ ନିଆଁ ଲାଗି ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ୨୪ଟି ମୃତଦେହ ଉଦ୍ଧାର କରାଯାଇଛି। ସେଥିରେ ୯ ଜଣ ଶିଶୁ ଥିବା ଜଣାପଡ଼ିଛି। ଅନେକ ମୃତକଙ୍କ ପରିଚୟ ମିଳିପାରିନାହିଁ । ଗେମିଂ ଜୋନ ମାଲିକଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ମାଲିକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି |






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….