Report Card Odisha

| Daily Odia News

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ:୧୪ ମୃତ…..

ରିପୋର୍ଟକାର୍ଡ / ନୂଆଦିଲ୍ଲୀ

କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁରେ ପୋଡି ହୋଇ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରେ ସେଣ୍ଟ୍ରାଲ କୋଲକାତାରେ ଥିବା ଋତୁରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡ ର କାରଣ ଜଣାପଡିନାହିଁ। ତେବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Breaking News