ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦକ୍ଷିଣପୂର୍ବ ବାଂଲାଦେଶର ସ୍ଥଳ ଭାଗରେ ଥିବା ଗୋଟାଏ ‘କଣ୍ଟେନର୍ ଡିପୋ’ରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୧୬ଜଣଙ୍କର ମୃତ୍ୟୁ ଘଟିଛି ଓ ୧୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ବୋଲି ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି, ଶନିବାର ରାତିରେ ବନ୍ଦର ନଗରୀ ଚିଟ୍ଟାଗଙ୍ଗଠାରୁ ୪୦ କିଲୋମିଟର୍ ଦୂର ସୀତାକୁଣ୍ଡରେ ଥିବା କଣ୍ଟେନର୍ ଡିପୋରେ ନିଆଁ ଲାଗିଯାଇ ଘଟଣାସ୍ଥଳରେ ଭୟଙ୍କର ବିସ୍ଫୋରଣ ହେବା ପରେ ଅନେକ କଣ୍ଟେନର୍ ଫାଟି ଯାଇଥିଲା। ନିଆଁ ଲିଭାଇବା ପାଇଁ ଦମକଳ ବାହିନୀର କର୍ମଚାରୀମାନେ ଆଜି ସକାଳ ପର୍ଯ୍ୟନ୍ତ ଉଦ୍ୟମ ଚଳାଇଥିଲେ ବୋଲି ଅଗ୍ନିଶମ ସେବା ଅଧିକାରୀ ଫାରୁକ୍ ହୁସେନ୍ ଶିକ୍ଦର୍ କହିଛନ୍ତି। ବିସ୍ଫୋରଣ ପ୍ରକୋପରେ ଆଖପାଖରେ ଥିବା ଘରର ଝରକା କାଚ ଭାଙ୍ଗିପଡ଼ିଥିଲା।






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..