Report Card Odisha

| Daily Odia News

ଆଜିଠୁ ମାଟ୍ରିକ ପରୀକ୍ଷା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାରା ରାଜ୍ୟରେ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି | ପ୍ରତ୍ୟେକ ଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ଯାଏ ଗୋଟିଏ ସିଟିଂ ପରୀକ୍ଷା ଚାଲିବ। ୩୧୩୩ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମାଟ୍ରିକ, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବେ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ। ମୋଟ ୩୧୩୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ ଏବଂ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ସିସିଟିଭି ନଜରରେ ସବୁ ପରୀକ୍ଷାକେନ୍ଦ୍ର ରହିଥିବାବେଳେ ନୋଡାଲ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଏ.ଆଇ . କ୍ୟାମେରା ସ୍ଥାପନ କରାଯାଇଛି। ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ତଦାରଖ କରିବା ପାଇଁ ଜିଲ୍ଲାସ୍ତରରେ ୨ଟି ଏବଂ ବୋର୍ଡ ପକ୍ଷରୁ ଗୋଟିଏ ସ୍କ୍ବାଡ୍‌ ଗଠନ କରାଯାଇଛି।

Breaking News