Report Card Odisha

| Daily Odia News

ଆଜି ମାଟ୍ରିକ ପରୀକ୍ଷା ଫଳ…..

ରିପୋର୍ଟକାର୍ଡ / ଭୁବନେଶ୍ୱର

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଅପରାହ୍ନରେ ଏହା ବୋର୍ଡ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା ହେବ । ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍‌ ଓ୍ବେବ୍‌ସାଇଟ୍ www. bseodisha.ac.in , www.orissaresults.nic.in ରେ ନିଜ ନିଜର ପରୀକ୍ଷା ଫଳ ଦେଖିପାରିବେ। ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓ୍ବେସାଇଟ୍ ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ। ଏହାସହ ଏସଏମଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ବୋର୍ଡ ପକ୍ଷରୁ ଉପଲବ୍ଧ କରାଯିବ। ତେବେ ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହୋଇଥିଲା। ୩୦ ଜିଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସବୁ ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ୬୦୦ ସେଣ୍ଟରରେ ଲାଇଟ୍‌ ବ୍ୟବସ୍ଥା କରାଯାଇଥିଲା। ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Breaking News