Report Card Odisha

| Daily Odia News

ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ୩ ହଜାର ୪୭ଟି କେନ୍ଦ୍ରରେ ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି। ମାର୍ଚ୍ଚ ୧୬ରୁ ଖାତା ଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। କପି ରୋକିବାକୁ ନୂଆ ଫର୍ମୁଲା ସ୍ବରୂପ ଏଥର ଛାତ୍ରଛାତ୍ରୀ ମାନଙ୍କୁ ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବାର ନିର୍ଦ୍ଦେଶ ରହିଥିଲା। ଅର୍ଥାତ୍ ସକାଳ ୯ଟାରେ ପରୀକ୍ଷା ଥିବାବେଳେ ସାଢେ ୭ଟାରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ପ୍ରବେଶ କରିଥିଲେ। ୮ଟା ୧୫ ମିନିଟ୍ ପରେ ଆଉ କାହାରିକୁ ପ୍ରବେଶ ଅନୁମତି ମିଳିବ ନାହିଁ। ସେଣ୍ଟର ସୁପରିଟେଣ୍ଡେଣ୍ଟ ଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଇ ପାରିବେନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Breaking News