ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାର୍ଚ୍ଚ ୧୦ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ | ସେଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି | ୩,୨୧୮ କେନ୍ଦ୍ରରେ ୫ ଲକ୍ଷ ୪୧ ହଜାର ଶିକ୍ଷାର୍ଥୀ ପରୀକ୍ଷା ଦେବେ | ୩୧୬ଟି ନୋଡାଲ ସେଣ୍ଟର ରହିଥିବାବେଳେ ୨୨ଟି ପୋଲିସ ଷ୍ଟେସନ ରହିଛି। ସମସ୍ତ ଡିଓମାନଙ୍କୁ ତାଲିମ ଦିଆଯାଇଛି। ଏହାସହ ସମସ୍ତ ସେଣ୍ଟର ସୁପରିଣ୍ଡେଣ୍ଟମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଏନେଇ ବୋର୍ଡ ସଭାପତି ରମାଶିଷ ହାଜରା କହିଛନ୍ତି, ନୋଡାଲ ସେଣ୍ଟରମାନଙ୍କରେ ପରୀକ୍ଷା ପ୍ରଶ୍ନପତ୍ର ପହଂଚି ଯାଇଛି। ପରୀକ୍ଷା ସେଣ୍ଟରମାନଙ୍କରେ ପରୀକ୍ଷା ଦିନ ପହଂଚିବ। ୭୪ଟି ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିବବେଳେ ବୋର୍ଡ ପକ୍ଷରୁ ୩୬ଟି ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇ ଜିଲ୍ଲା ପ୍ରଶାସନ ଏସ୍କର୍ଟ କରି ପ୍ରଶ୍ନପତ୍ର ନେଇଯିବେ। ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଣେ ସକାଳ ୮ଟା ରୁ ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସେଣ୍ଟରରେ ୧ଘଣ୍ଟା ପୂର୍ବରୁ ପହଂଚିବାକୁ ନିର୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ବ୍ଲୁ ଓ ବ୍ଲାକ ପେନ, ପେନସିଲ, ଜ୍ୟାମିତି ବାକ୍ସ ନେଇ ଯାଇପାରିବେ। ସେଣ୍ଟର ଅଧୀକ୍ଷକ ଓ ସମସ୍ତ ଶିଷକ ଶିକ୍ଷୟତ୍ରୀଙ୍କୁ ମୋବାଇଲ ଫ୍ରିଜ କରିବାକୁ ନିର୍ଦେଶ ଦିଆଯାଇଛି। ଖରାକୁ ନଜରରେ ରଖି ପରୀକ୍ଷା ସକାଳେ କରାଯାଉଛି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ପାଇ ପାଣିର ବ୍ୟବସ୍ଥା କରାଯାଇଛି। ଏହାସହ ଟେକ୍ସଟ ବୁକକୁ ଭଲ ଭାବେ ପଢି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାରରଞ୍ଜନ ମହାନ୍ତି।






More Stories
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..