Report Card Odisha

| Daily Odia News

ଆଜିଠୁ ମାଟ୍ରିକ୍‌ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା । ଗ୍ରୀଷ୍ମ ପ୍ରବାହ ଯୋଗୁ ଗୋଟିଏ ସିଟିଂରେ ମାଟ୍ରିକ୍‌ ପରୀକ୍ଷା କରାଯାଉଛି । ସକାଳ ୮ଟାରୁ ଦିନ ୧୦ଟା ଯାଏ ପରୀକ୍ଷା କରାଯାଉଥିବା ବେଳେ କପି ରୋକିବାକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ ହୋଇଛି । ପରୀକ୍ଷା ପୂର୍ବର ୩୦ ମିନିଟ୍‌ ଆଗରୁ ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯାଇଥିଲା । ଚଳିତ ବର୍ଷ ସମ୍ମେଟିଭ-୨ ପରୀକ୍ଷା ଦେଉଛନ୍ତି ପ୍ରାୟ ୫ଲକ୍ଷ ୮୫ହଜାର ଛାତ୍ରଛାତ୍ରୀ । କରୋନା ସଂକ୍ରମଣ ରାଜ୍ୟରେ କମ୍‌ ରହିଥିବାରୁ ୨ ବର୍ଷ ପରେ ସ୍ୱାଭାବିକ ଭାବେ ମାଟ୍ରିକ୍‌ ପରୀକ୍ଷା କରାଯାଉଛି । ଅଫଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି । ମାଟ୍ରିକ୍‌ ପରୀକ୍ଷା ଏପ୍ରିଲ ୨୯ରୁ ମେ’ ୬ ତାରିଖ ଯାଏ ଚାଲିବ ।

 

Breaking News