ରିପୋର୍ଟ କାର୍ଡ / ପୁରୀ
ମ୍ୟାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥିଙ୍କୁ ସହାୟତା କରିବା ନେଇ ଗଣମାଧ୍ୟମରେ ଅଭିଭାବକ ଓ ଶିକ୍ଷକଙ୍କ ବାର୍ତ୍ତାଳାପ ଭାଇରାଲ ହୋଇଥିଲା | ଜଣେ ଅଭିଭାବକ ମ୍ୟାଟ୍ରିକ ପରୀକ୍ଷାରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଏହାର ତଦନ୍ତ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟରେ ଶିକ୍ଷକଙ୍କ ବିରୋଧରେ ପ୍ରମାଣ ନଥିବା କଥା କୁହାଯାଇଛି । ପୂରୀ ଜିଲ୍ଲା ହରିପୁର ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଘଟଣା, ତଦନ୍ତ ରିପୋର୍ଟ ଦାଖଲ ହୋଇଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚଳିତ ମାସ ୩୦ ତାରିଖ ଯାଏଁ ସ୍କୁଲରେ ପ୍ରବେଶ ମନା କରାଯାଇଛି । ଅନ୍ୟ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ମାଟ୍ରିକ ପରୀକ୍ଷା ଚାଲିବ। ଏହି ଅଭିଯୋଗ ଭିତ୍ତିହୀନ ଏ ବିଷୟରେ ପ୍ରମାଣ ମିଳି ନ ଥିବା କଥା ବିଭାଗ ପକ୍ଷରୁ କୁହାଯାଇଛି ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..