Report Card Odisha

| Daily Odia News

ମାଟ୍ରିକ୍‌ ପରୀକ୍ଷାର ପ୍ରଶ୍ନ ପତ୍ର ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନ ପତ୍ର ଅଦଳବଦଳ ତ୍ରୁଟି ଦେଖିବାକୁ ମିଳିଥିଲା | ଦେଖିବାକୁ ମିଳିଥିଲା କି ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ମିଳିବା ଘଟଣାର ତଦନ୍ତ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ- ଗତକାଲି ମାଟ୍ରିକ୍‌ ପରୀକ୍ଷାରେ ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଏବଂ ଏକ୍ସରେଗୁଲାର ପିଲାଙ୍କୁ ରେଗୁଲାର ପ୍ରଶ୍ନପତ୍ର ମିଳିଥିଲା। କଟକସ୍ଥିତ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ହେଉଥିବା ଅଫଲାଇନ୍‌ ମାଟ୍ରିକ୍‌ ପରୀକ୍ଷାରେ ଏଭଳି ବିଭ୍ରାଟ ଦେଖିବାକୁ ମିଳିଥିଲା। ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଏଭଳି ତ୍ରୁଟି ଜଣାପଡ଼ିବା ପରେ ପିଲାଙ୍କୁ ପାଖାପାଖି ଅତିରିକ୍ତ ୧ଘଣ୍ଟା ସମୟ ଦିଆଯାଇଥିଲା। ହେଲେ, ଏହା ଜଣାପଡ଼ିବା ବେଳକୁ କିଛିପିଲା ପ୍ରଥମ ପେପର୍‌ ପରୀକ୍ଷା ଦେଇସାରିଥିଲେ। ଏଥିପାଇଁ ପିଲାଙ୍କୁ ହଲ୍‌ରେ ୩ଘଣ୍ଟାରୁ ଅଧିକ ସମୟ ବସିବାକୁ ପଡ଼ିଥିଲା। ଏଭଳି ତ୍ରୁଟିର ଶିକାର ହୋଇଥିବା ପାଖାପାଖି ୨୦ ଜଣ ପରୀକ୍ଷାର୍ଥୀ ସେମାନଙ୍କୁ ନ୍ୟାୟ ଦେବାକୁ ବୋର୍ଡ ସଂପାଦକଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି।

Breaking News