ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାଟ୍ରିକ ସମ୍ମେଟିଭ୍ -୧ ଖାତା ଦେଖା ଆଜିଠାରୁ ଆରମ୍ଭ ହୋଇଛି। ମୋଟ ୫୬ଟି କେନ୍ଦ୍ରରେ ୧୨,୪୫୦ ଶିକ୍ଷକ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି । ସକାଳ ୯ଟାରୁଆରମ୍ଭ ହୋଇଥିବା ଖାତା ଦେଖା ସନ୍ଧ୍ୟା ୫ଟା ଯାଏ ଚାଲିବ। ଆସନ୍ତା ୧୦ ଦିନ ମଧ୍ୟରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଖାତା ଦେଖା କେନ୍ଦ୍ରକୁ ନିରୀକ୍ଷକଙ୍କକୁ ମୋବାଇଲ ନେବାକୁ ବାରଣ କରାଯାଇଛି। ତେବେ ନଭେମ୍ବର ୨୩ରୁ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା।






More Stories
ପେଟ୍ରୋଲ ପମ୍ପରେ ମିଳିବ LPG ଗ୍ୟାସ…..
ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ…..
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି….