Report Card Odisha

| Daily Odia News

ଜୁଲାଇ ୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା…..

ରିପୋର୍ଟ କାର୍ଡ / କଟକ

ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ଓଡ଼ିଶା ଷ୍ଟେଟ୍‌‌ ସ୍କୁଲ ସାର୍ଟିଫିକେଟ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁଲାଇ ୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ। ସକାଳ ୯ଟାରୁ ୧୧ଟା ୩୦ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ, ଓଡ଼ିଶାର ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁନ ୩୦ରୁ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା(୨ୟ) ଅନୁଷ୍ଠିତ ହେବ। ଏହି ଜୁନ ୩୦ରେ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ଯାଏଁ ଚାଲିବ ବୋଲି ସୂଚନା ଦିଆଯାଇଛି।

Breaking News