Report Card Odisha

| Daily Odia News

ସରିଲା ମାଟ୍ରିକ ଖାତାଦେଖା…..

ରିପୋର୍ଟ କାର୍ଡ / କଟକ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଗୁରୁବାର ଶେଷ ହୋଇଛି। ପ୍ରାୟ ୪ ଜିଲ୍ଲାରେ ମୂଲ୍ୟାଙ୍କନ ସରିବା ପରେ ଉତ୍ତରଖାତା ବୋର୍ଡ ମୁଖ୍ୟାଳୟରେ ପହଞ୍ଚିଥିବାବେଳେ ଅବଶିଷ୍ଟ ଜିଲାରୁ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଉତ୍ତରଖାତା ଆସି ପହଞ୍ଚିବ। ଆସନ୍ତା ମେ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପରୀକ୍ଷା ଫଳ ପ୍ରକାଶ ଦିନ ଛାତ୍ରଛାତ୍ରୀ ପ୍ରମାଣପତ୍ର ପାଇପାରିବେ। ସେମାନଙ୍କୁ ଡିଜିଟାଲ ପ୍ରମାଣପତ୍ର ସେହିଦିନ କିଛି ଘଣ୍ଟା ମଧ୍ୟରେ ମିଳିବ। ଯଦି କୌଣସି ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହୋଇଥାନ୍ତି, ତାହେଲେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ। ଜୁନ୍‌ ମାସ ଶେଷ ଆଡ଼କୁ କିମ୍ବା ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

Breaking News