Report Card Odisha

| Daily Odia News

ଖରା ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏପ୍ରିଲ ୨୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଖରା ଦେଖି ସ୍କୁଲ ଖୋଲିବା ପାଇଁ ପୁଣି ନିଷ୍ପତ୍ତି ନିଆଯିବ | ଏନେଇ ଆଜି ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ୩୦ ପରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ସହ ଦେଖି ନିଷ୍ପତ୍ତି ନିଆଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଯୋଗ୍ୟ ,ଏପ୍ରିଲ ୨୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ୫ଦିନ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଉଭୟ ସରକାରୀ ଓ ଘରୋଇ ସ୍କୁଲ ଛୁଟି ରହିବ। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ସମସ୍ତ ସ୍କୁଲ ଛୁଟି ସତ୍ତ୍ବେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଚାଲୁ ରହିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ।

Breaking News