ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିନକ ତଳେ ତାମିଲନାଡୁର ବିଏସ୍ପି ସଭାପତି ଆର୍ମଷ୍ଟ୍ରଙ୍ଗଙ୍କୁ ଅତି ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିଲା। ଏହି ମାମଲାରେ ଏବେ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଡିଏମ୍କେ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ସିବିଆଇ ତଦନ୍ତ ଦାବି କରିଛନ୍ତି। ବିଏସ୍ପି ସଭାପତି ଆର୍ମଷ୍ଟ୍ରଙ୍ଗଙ୍କୁ ହତ୍ୟା ପରେ ମାୟାବତୀ ଚେନ୍ନାଇ ଯାଇଛନ୍ତି। ସେଠାରେ ପହଞ୍ଚିମା ପରେ ବିଏସ୍ପି ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭଲ ନୁହେଁ। ପ୍ରକୃତ ଅପରାଧୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ସେ ବର୍ତ୍ତମାନ ଫେରାର ଅଛି। ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରିବା ଉଚିତ ବୋଲି ସେ ଦାବି କରିଛନ୍ତି। ବିଏସପି ମୁଖ୍ୟ କହିଛନ୍ତି, ‘ଏହା କୌଣସି ଜଣେ ଦଲିତ ନେତାଙ୍କ ହତ୍ୟା ମାମଲା ନୁହେଁ। ବରଂ ସମଗ୍ର ଦଲିତ ସମ୍ପ୍ରଦାୟ ବିପଦରେ ଅଛନ୍ତି। ଅନେକ ଦଲିତ ନେତା ଭୟଭୀତ ଅଛନ୍ତି। ସେମାନଙ୍କ ଜୀବନ ସୁରକ୍ଷିତ ନୁହେଁ। ଏହି ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାର ଗମ୍ଭୀର ନୁହଁନ୍ତି। ଯଦି ଥାନ୍ତେ ତେବେ ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଥାନ୍ତା। ଯଦି ରାଜ୍ୟ ସରକାର ନ୍ୟାୟ ଦେବାକୁ ଚାହୁଁନାହାଁନ୍ତି ତେବେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ୍।’ କହିରଖୁ ଯେ, ଜୁଲାଇ ୫ ତାରିଖରେ ଆର୍ମଷ୍ଟ୍ରଙ୍ଗ ଘର ପାଖରେ ନିଜ ସମର୍ଥକଙ୍କ ସହ କଥା ହେଉଥିଲେ। ଏହି ସମୟରେ ୬ଟି ବାଇକ୍ରେ ଆସି ଦୁର୍ବୃତ୍ତମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ୪ ଜଣ ଆକ୍ରମଣକାରୀ ଫୁଡ୍ ଡେଲିଭରୀ ଏଜେଣ୍ଟ ବେଶରେ ଆସିଥିଲେ। ଆକ୍ରମଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆର୍ମଷ୍ଟ୍ରଙ୍ଗକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମାମଲା ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ପୋଲିସ ଗିରଫ କରିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..