ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଶବ ପୋଡ଼ିଲା ବେଳେ ମାଂସ ବାହାର କରି ଖାଇଦେଲେ ଦୁଇ ବ୍ୟକ୍ତି | ଏହି ମାମଲାରେ ପୋଲିସ ୨ ଜଣକୁ ଅଟକରଖିଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ ।ବୀରେଶ୍ୱରପୁର ପଞ୍ଚାୟତ ଦାନ୍ତୁଣି ଗାଁର ଯୁବତୀ ଟୁନି ସିଂଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଶବ ଆଣି ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଗାଁର ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ ମଧ୍ୟ ସାମିଲ ହୋଇଥିଲେ। ଶବଦାହ ଚାଲିଥିବା ବେଳେ ମୋହନ ଓ ନରେନ୍ଦ୍ର ଶବ ଠିକ୍ ସେ ପୋଡ଼ୁଛି ନା ନାହିଁ ତଦାରଖ କରୁଥିଲେ। ଶବ ପ୍ରାୟ ପୋଡ଼ି ଯାଇଥିବା ବେଳେ ଶେଷକୁ ଏକ ମାଂସଖଣ୍ଡ ଥିଲା। ତାକୁ ହାଣି ଖଣ୍ଡ ଖଣ୍ଡ କରି ପୁଣି ଜୁଇରେ ପକାଇ ଦେଦେବା ସହ ଦୁଇଜଣ ଖାଇଦେଇଥିଲେ | ଉପସ୍ଥିତ ଲୋକେ ପାଟିତୁଣ୍ଡ କରିବା ସହିତ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଗାଁ ଲୋକ ଆସିବା ପରେ ସୁନ୍ଦର ମୋହନ ଓ ନରେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ମାରିବା ସହ ବଡ଼ସାହି ଥାନା ପୋଲିସ ଜିମାରେ ଦେଇଥିଲେ। ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି | ଗ୍ରାମବାସୀଙ୍କ ଠାରୁ ଜଣାପଡିଛି କି ମୋହନ ଓ ନରେନ୍ଦ୍ର ନିଶାରେ ଥିଲେବୋଲି |






More Stories
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି:୧୦୮ ଗରା ଜଳରେ କରିବେ ସ୍ନାନ…..
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……