Report Card Odisha

| Daily Odia News

ସାପ କୁ ଆଘାତ ଦେଲେ ଝିଅ ଦେହରେ ଦାଗ……

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ଘରେ ସାପ ବାହାରିଥିବା ବେଳେ ସାପ ଧରିବାକୁ ପହଞ୍ଚିଥିଲେ ସ୍ନେକ ହେଲ୍ପଲାଇନର ମେମ୍ବର | ହେଲେ ହଠାତ୍ ସାପଟି ଗାୟବ ହୋଇଯାଇଥିବା ବେଳେ ଘରମାଲିକଙ୍କ ଝିଅ ସାପ ଭଳି ତଳେ ଗଡ଼ିଗଡ଼ି ଚିତ୍କାର କଲେ | ଆଉ କହିଥିଲେ “ମୁଁ ଯିବି ନାହିଁ, ମୋତେ ନିଅ ନାହିଁ, ମୁଁ ଏହିଠାରେ ରହିବି” | ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ଜଣେ ଝିଅ ଏଭଳି କହୁଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି | ସୂଚନା ଅନୁଯାୟୀ ଉଦଳା ବ୍ଲକ ଚକରାପାଳ ଗ୍ରାମର ରବୀନ୍ଦ୍ର ସିଂଙ୍କ ଘରେ ଏକ ବିରାଟ ନାଗ ସାପ ପଶିଥିବାର ଖବର ପାଇ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ | ସାପଟି ମାଟିକାନ୍ଥ ଭିତରେ ପଶିଯିବାର ଦେଖି ସେମାନେ କାନ୍ଥଟିକୁ ଭାଙ୍ଗିଥିଲେ | ତେବେ ହଠାତ୍ ନିକଟରେ ଥିବା ରବୀନ୍ଦ୍ରଙ୍କ ଝିଅ ମିନାକ୍ଷୀ ସାପ ଭଳି ଫଁ ଫଁ କରିଥିଲେ | ହାତକୁ ଫଣା ଭଳି ଟେକି ତଳେ ଗଡ଼ିଗଡ଼ି ତାଙ୍କୁ ସେଠାରୁ ନ ନେବାକୁ ଚିତ୍କାର କରି କହିଥିଲେ | ଏଭଳି ଘଟଣା ଦେଖି ସାପଧରାଳି ସମେତ ସ୍ଥାନୀୟ ଲେକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏପଟେ ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ପଚରାଉଚରା କରିବା ପରେ ପୁରା ଘଟଣା ସାମନାକୁ ଆସିଥିଲା | ମିନାକ୍ଷୀ କହିଥିଲେ କି ବେଳେ ବେଳେ ସେ ସାପ ରୂପ ଧାରଣ କରିଥାନ୍ତି | ତାଙ୍କ ଦେହ କଣ ହେବା ସହିତ ସେ ପ୍ରାୟ ସମୟରେ ସାପ ଭଳି ଅନୁଭବ କରନ୍ତି | ସେହିପରି ବାପା ରବୀନ୍ଦ୍ରଙ୍କ କହିବା କଥା ସାପକୁ ଆଘାତ ଦେଲେ ତାଙ୍କ ଝିଅ ଦେହରେ ଆଘାତ ଲାଗିଥାଏ | ଗତକାଲି ଘରେ ସାପ ଦେଖାଦେଇଥିବା ବେଳେ ସାପଟିକୁ ସେ ବାଡ଼ିରେ ଆଘାତ ଦେଇଥିବା ବେଳେ ତାଙ୍କ ଝିଅ ଦେହରେ ଦାଗ ହୋଇଯାଇଥିବାର କହିଛନ୍ତି ରବୀନ୍ଦ୍ର | ଏପଟେ ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ପଚରାଉଚରା କରିବା ପରେ ପୁରା ଘଟଣା ସାମନାକୁ ଆସିଥିଲା | ମିନାକ୍ଷୀ ଦାବୀ କରିଥିଲେ ଯେ ବେଳେ ବେଳେ ସେ ସାପ ରୂପ ଧାରଣ କରିଥାନ୍ତି | ତାଙ୍କ ଦେହ କଣ ହେବା ସହିତ ସେ ପ୍ରାୟ ସମୟରେ ସାପ ଭଳି ଅନୁଭବ କରନ୍ତି | ସେହିପରି ବାପା ରବୀନ୍ଦ୍ରଙ୍କ କହିବା କଥା ସାପକୁ ଆଘାତ ଦେଲେ ତାଙ୍କ ଝିଅ ଦେହରେ ଆଘାତ ଲାଗିଥାଏ | ଗତକାଲି ଘରେ ସାପ ଦେଖାଦେଇଥିବା ବେଳେ ସାପଟିକୁ ସେ ବାଡ଼ିରେ ଆଘାତ ଦେଇଥିବା ବେଳେ ତାଙ୍କ ଝିଅ ଦେହରେ ଦାଗ ହୋଇଯାଇଥିବାର କହିଛନ୍ତି ରବୀନ୍ଦ୍ର | ପ୍ରାୟ ଦୁଇବର୍ଷ ହେଲାଣି ଏଭଳି ହେଉଥିବା ବେଳେ ବିଶେଷ କରି ନାଗପଞ୍ଚମୀରେ ଏଭଳି ହେଉଥିବାର କହିଛନ୍ତି ସ୍ଥାନୀୟ ଗ୍ରାମବାସୀ | ତେବେ ଆଜିର ଆଧୁନିକ ବିଜ୍ଞାନ ଯୁଗରେ ଏହା ଶୁଣିବାକୁ ବିଚିତ୍ର ଲାଗୁଥିବା ବେଳେ ଝିଅଟିର ଏଭଳି କଥା ଶୁଣି ହତବାକ୍ ହୋଇଯାଇଛନ୍ତି ସମସ୍ତେ |

Breaking News