ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗାଁରେ ଦଙ୍ଗା କରାଇବାକୁ ଷଡଯନ୍ତ୍ର ରଚି ମନ୍ଦି ଭିତରକୁ ମାଂସ ଖଣ୍ଡ ଫିଙ୍ଗିଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଶାମଲି ସ୍ଥିତ ସିକ୍କା ଗାଁର ଏକ ମନ୍ଦିର ଭିତରୁ । ଏହାପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି। ସୂଚନା ଅନୁସାରେ- ଦୁର୍ବୃତ୍ତ ଶାମଲି ଜିଲ୍ଲାରେ ବିଶୃଙ୍ଖଳା କରିବାକୁ ଉଦ୍ୟମ କରିଛନ୍ତି। ଏଥିପାଇଁ ସିକ୍କା ଗାଁର ଭୋମିଆ ଖେଡା ଚାରିପାଖରେ ୧୧ଟି ସ୍ଥାନରେ ମାଂସ ଖଣ୍ଡ ଫିଙ୍ଗାଯିବା ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ପୂରା ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗାଁରେ ଦଙ୍ଗା ସୃଷ୍ଟି କରିବାକୁ ଏଭଳି ଷଡଯନ୍ତ୍ର କରାଯାଇଥିବା ନେଇ ଅଭିଯୋଗ ହୋଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..