ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗଣମାଧ୍ୟମ ଏପରି ଏକ ସଂଗଠନ ହେବା ଉଚିତ ଯାହା ଭାରତକୁ ବୁଝିବା ପାଇଁ ସଠିକ୍ ଦୃଷ୍ଟିକୋଣ ପ୍ରଦାନ କରିବ ଏବଂ ଦେଶର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ସୁପରିକଳ୍ପିତ ଧାରଣାର ଶିକାର ହେବା ଉଚିତ ନୁହେଁ। ନୂଆଦିଲ୍ଲୀର ଏକ ଘରୋଇ ମିଡିଆ ହାଉସର ପୁରସ୍କାର ସମାରୋହରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହା କହିଛନ୍ତି। ନିରପେକ୍ଷ ରହିବା ଏବଂ ରାଜନୀତିଠାରୁ ଦୂରେଇ ରହିବା ପାଇଁ ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବେ ନିଜକୁ ନିୟନ୍ତ୍ରଣ କରିପାରିବ। ସେ କହିଛନ୍ତି ଯେ ଗଣମାଧ୍ୟମ ସତର୍କ ରହିବା ଉଚିତ ଏବଂ ଭୁଲ ସୂଚନାକୁ ରୋକିବା ଉଚିତ୍।ଉପରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନର ଉଦ୍ଦେଶ୍ୟ ହେଉଛି ଭାରତର ପଡ଼ୋଶୀ ଅଞ୍ଚଳରେ ନିର୍ଯାତିତ ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା। ଏହା କୌଣସି ଭାରତୀୟ ନାଗରିକଙ୍କୁ ନାଗରିକତାରୁ ବଞ୍ଚିତ କରେ ନାହିଁ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..