Report Card Odisha

| Daily Odia News

ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ | ସମସ୍ତ ଜନସାଧାରଣ ଯେପରି ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇ ପାରିବେ,ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜରେ, ଆସନ୍ତା ୨୦୨୪ରେ ରାଜ୍ୟର ଯାଜପୁର ଓ କନ୍ଧମାଳର ଦୁଇଟି ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯିବ । ସେହିପରି ଆସନ୍ତା ୨୦୨୬ ବର୍ଷ ସୁଦ୍ଧା ତାଳଚେର ମେଡିକାଲ କଲେଜ ପ୍ରତିଷ୍ଠା କାର୍ଯ୍ୟ ସମାପ୍ତ ହେବା ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ମେଡିକାଲ କଲେଜ ଖୋଲିବା ନେଇ ସୂଚନା ଦେଇଛନ୍ତି ମେଡିକାଲ ଶିକ୍ଷା ଓ ଟ୍ରେନିଂ ନିର୍ଦ୍ଦେଶକ । ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏମବିମିଏସ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନ ଯିବା ପାଇଁ ଡାକ୍ତରଙ୍କ ସହିତ ଦୁଇବର୍ଷର ଚୁକ୍ତି କରାଯାଉଛି । ନକଲି ଡାକ୍ତରୀଙ୍କୁ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏମଇଟି କହିଛନ୍ତି ।

Breaking News