ରିପୋର୍ଟ କାର୍ଡ / କଟକ
ଓଡ଼ିଶା ବାହାରୁ ମେଡିସିନ୍ କିଣା ଉପରେ କଟକଣା ଲଗାଯାଇଛି । ନକଲି ଔଷଧ କାରବାର ମାମଲା ସାମ୍ନାକୁ ଆସିବା ପରେ ବାହାର ରାଜ୍ୟରୁ ଔଷଧ କିଣା ଉପରେ ଓଡିଶା କେମିଷ୍ଟ ଆଣ୍ଡ ଡ୍ରଗ୍ ଆସୋସିଏସନ୍ ଏହି କଟକଣା ଜାରିକରିଛି । ସି ଆଣ୍ଡ ଏଫ ଏବଂ ସୁପର ଷ୍ଟକିଷ୍ଟ ବିନା ବାହାର ରାଜ୍ୟରୁ ଯେ କୌଣସି ଫାର୍ମରୁ ଯେ କେହି ଔଷଧ କିଣିଲେ, ସେମାନଙ୍କୁ ସଂଘ ପକ୍ଷରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଉତ୍କଳ କେମିଷ୍ଟ ଆସୋସିଏସନର ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି, ରାଜ୍ୟ ବାହାରୁ ମାଲ୍ ଆଣିବୁନି କି ବିକିବୁ ନାହିଁ । କେବଳ ଅନୁମୋଦନ ପ୍ରାପ୍ତ ଷ୍ଟକିଷ୍ଟ ଓ ସି ଆଣ୍ଡ ଏଫ ଦ୍ୱାରା କାରବାର ହେବ। ଏହା ଦ୍ବାରା ପ୍ରାୟ ୯୫% ନକଲି ମେଡିସିନ ଚାଲାଣକୁ ରୋକା ଯାଇପାରିବ । ରାଜ୍ୟ ବାହାରୁ ଭଲ ମେଡିସିନ ସାଙ୍ଗକୁ ନକଲି ବି ଆସୁଛି । ଏପରି କ୍ଷେତ୍ରରେ ଉତ୍ପାଦନକାରୀ-ସି ଆଣ୍ଡ ଏଫ-ଷ୍ଟକିଷ୍ଟ ଚ୍ୟାନେଲରେ ଆସୁଥିବା ମେଡିସିନ ଶତ ପ୍ରତିଶତ ଠିକ୍ । ତେଣୁ କେବଳ ଏହି ଚ୍ୟାନେଲରେ ଓଡ଼ିଶାରେ ଔଷଧ ବିକ୍ରି ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଏଥିରେ ରାଜି ନ ହେବେ ଏନେଇ ଡ୍ରଗ୍ କେଂଟ୍ରାଲରଙ୍କୁ ଅବଗତ କରିବୁ । ସେମାନଙ୍କଠାରୁ କିଛି ମଧ୍ୟ ମାଲ୍ କିଣାବିକା ହେବନି। ନିକଟରେ କଟକର ଏକାଧିକ ଅଂଚଳରୁ ଟେଲମା ୪୦ ନକଲି ମେଡିସିନ୍ ଜବତ ହୋଇଥିଲା।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..