Report Card Odisha

| Daily Odia News

ନୂଆ ମୁଖ୍ୟ ନିର୍ବାଚନ କମିସନର ଚୟନ ପାଇଁ ୧୭ରେ ବୈଠକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ନୂଆ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଚୟନ ପାଇଁ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଫେବ୍ରୁଆରି ୧୭, ୨୦୨୫ରେ ତିନି ଜଣିଆ କମିଟି ବୈଠକ ଡକାଯାଇଛି। ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗ ଦେବେ। ବର୍ତ୍ତମାନର ସିଇସି ରାଜୀବ କୁମାରଙ୍କ କାର୍ଯ୍ୟକାଳ ଫେବ୍ରୁଆରି ୧୮ରେ ଶେଷ ହେଉଛି। ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ଆଇନ, ୨୦୨୩ର ବ୍ୟବସ୍ଥା ପ୍ରଥମ ଥର ପାଇଁ ସିଇସି ନିଯୁକ୍ତି ପାଇଁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିସନର (ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ଆଇନ, ୨୦୨୩ର ବ୍ୟବସ୍ଥା ପ୍ରଥମ ଥର ପାଇଁ ସିଇସି ନିଯୁକ୍ତି ପାଇଁ କାର୍ଯ୍ୟକାରୀ କରାଯାଉଛି। ୨୦୨୨ ମେ ମାସରେ ରାଜୀବ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା।

Breaking News