ରିପୋର୍ଟ କାର୍ଡ଼ / ଭୁବନେଶ୍ୱର
କରୋନା ଭୟାବହତା ସମୟରେ ଛାତ୍ରଛାତ୍ରୀ ମାନଙ୍କର ଅସନ୍ତୁଳିତ ମାନସିକ ସ୍ଥିତି ଓ ଏହାର ନିରାକରଣକୁ ଦୃଷ୍ଟିରେ ରଖି ଡି.ଏ. ଭି ସ୍କୁଲ୍, କଳିଙ୍ଗ ନଗର ଠାରେ ମାନସିକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଲୁମ୍ନି ଆସୋସିଏସନ୍ ତରଫରୁ ଆୟୋଜିତ ଏହି ଆଲୋଚନାଚକ୍ରରେ ସମ୍ ହସପିଟାଲର ମାନସିକ ରୋଗ ଚିକିତ୍ସକ ଡ. ଶୁଭେନ୍ଦୁ ନାରାୟଣ ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାନାସିକ ରୋଗର କାରଣ ଓ ନିରାକାରଣ ବାବଦରେ ବୁଝାଇଥିଲେ । ଡ. ମିଶ୍ର ଉଭୟ ସଫଳତା ଓ ବିଫଳତା ସମାନ ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦେବା ସହ ସଫଳତା ରେ ଅଧିକ ଖୁସି କିମ୍ବା ବିଫଳତାରେ ନିରାଶ ନ ହୋଇ ନୂତନ କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ ବୋଲି ରାମର୍ଶ ଦେଇଥିଲେ। ଜୀବନରେ ବିଭିନ୍ନ ପ୍ରକାରର ଚାପ ଥାଏ, କେତେବେଳେ ପାରିବାରିକ ଚାପ, କେତେବେଳେ ଶିକ୍ଷା ଗତ ଚାପ ଏ ସବୁ ଚାପରୁ ମୁକ୍ତି ପାଇବାକୁ ଛାତ୍ରଛାତ୍ରୀ ଯୋଗ ଓ ପ୍ରାଣାୟାମ୍ କରିବା ସହ ଚାପଠାରୁ ଦୂରେଇ ନଯାଇ ଏହାକୁ ସାମନା କରି ଜିତିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ଏକ ସନ୍ତୁଳିତ ମସ୍ତିଷ୍କ ନୂତନ ଉଦ୍ଭାବନର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ପୁରାତନ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟର କାର୍ଯ୍ୟକ୍ରମରେ ଭାଗ ନେଉଥିବାରୁ ଅତିଥିବୃନ୍ଦ ଏହି ଅବସରରେ ପ୍ରଶଂସା କରିଥିଲେ । ଡି. ଏ. ଭି. ଆଲୁମ୍ନି ଆସୋସିଏସନ୍ ତରଫରୁ ପୁରାତନ ଛାତ୍ର ଛାତ୍ରୀ ଆଶ୍ରିବାଦ୍ ମହାନ୍ତି, ସମ୍ପାଦକ ଦେବଶ୍ରିତା ଶତପଥୀ, ସହ ସମ୍ପାଦକ ଶତାବ୍ଦୀ ପଲାଇ କାର୍ଯ୍ୟକ୍ରମକୁ ପରିଚାଳନା
କରିଥିଲେ |
More Stories
ବଢ଼ିବାରେ ରାଜନୈତିକ ହିଂସା, ୨ ବିଜେପି କର୍ମୀଙ୍କୁ ଆକ୍ରମଣ……
ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ…..
ଭୁବନେଶ୍ୱରରେ ନବୀନ ଙ୍କ ଅଢ଼େଇ ଘଂଟା ରୋଡ୍ ଶୋ’…..