ରିପୋର୍ଟ କାର୍ଡ / ମେରଠ
ମୋଦୀପୁରମର ଜନତା କଲୋନୀରେ ରହୁଥିବା ଏକ ଶ୍ରମିକ ପରିବାରରେ ମୋବାଇଲ୍ ବିସ୍ଫୋରଣ ଘଟି ଘରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଘଟିଥିବା କୋଠରୀରେ ଥିବା ୪ ଜଣ ଶିଶୁ ନିଆଁରେ ପୋଡ଼ିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ପିଲାମାନଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ-ସ୍ତ୍ରୀ ମଧ୍ୟ ନିଆଁରେ ଜଳି ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଏନେଇ ପୋଲିସ କୁ ସୂଚନା ଦେଇଥିଲେ | ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ପୋଲିସ ପ୍ରଥମେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା, ଯେଉଁଠାରେ ଚିକିତ୍ସା ସମୟରେ ୪ ପିଲାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଏହି ଦମ୍ପତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମୁଜଫରନଗର ଜିଲ୍ଲା ସିଖେଡ଼ା ନିବାସୀ ଜନୀ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସେ ତାଙ୍କ ପତ୍ନୀ ବବିତାଏବଂ ୪ ସନ୍ତାନ ସହ ମୋଦୀପୁରମର ଜନତା କଲୋନୀରେ ଏକ ଘରେ ଭଡ଼ା ଘରେ ରହୁଥିଲେ। ଶନିବାର ସନ୍ଧ୍ୟାରେ ପିଲାମାନେ କୋଠରୀରେ ଖେଳୁଥିଲେ। କୋଠରୀରେ ବିଛଣା ଉପରେ ତାରଗୁଡ଼ିକ ଖେଳାଇ ହୋଇଥିଲା ଏବଂ ପିଲାମାନେ ମୋବାଇଲ୍ ଚାର୍ଜର୍ ଇଲେକ୍ଟ୍ରିକ୍ ବୋର୍ଡରେ ଲଗାଉଥିଲେ। ଚାର୍ଜର ଲଗାଇବା ସମୟରେ ସର୍ଟ ସର୍କିଟ ହୋଇଥିଲା। ତାରଗୁଡ଼ିକରେ ନିଆଁ ଲାଗିବା କାରଣରୁ ମୋବାଇଲ୍ ଫୋନ୍ ବିସ୍ଫୋରଣ ହୋଇ ଶଯ୍ୟାରେ ନିଆଁ ଲାଗିଯାଇଥିଲା। ନିଆଁ ଘେରରେ ଥିବା ପିଲାମାନେ ଚିତ୍କାର କରିବାକୁ ଲାଗିଲେ। ବିସ୍ଫୋରଣ ଏବଂ ପିଲାମାନଙ୍କର ଚିତ୍କାର ଶୁଣି ଜନୀ ଏବଂ ବବିତା ରୋଷେଇ ଘରରୁ କୋଠରୀ ଆଡକୁ ଦୌଡ଼ିଗଲେ। ଦୁହେଁ ପିଲାମାନଙ୍କୁ ଜଳିଯାଇଥିବା ଅବସ୍ଥାରେ ଉଦ୍ଧାର କରି ବାହାରକୁ ଆଣିଥିଲେ। ପିଲାମାନଙ୍କୁ ଉଦ୍ଧାର କରିବା ସମୟରେ ବବିତା ଓ ଜନୀଙ୍କ ଦେହରେ ମଧ୍ୟ ନିଆଁ ଲାଗି ସେମାନେ ଗୁରୁତର ଆହତ ହୋଇଥିଲେ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….