Report Card Odisha

| Daily Odia News

ମନ‌ରେଗାର ମଜୁରି ବୃଦ୍ଧି,ଏପ୍ରିଲ୍‌ ରୁ ଲାଗୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନ‌ରେଗା)ର ମଜୁରି ବୃଦ୍ଧି କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ରାଜ୍ୟରେ ଦୈନିକ ମଜୁରିରେ ୭ ଟଙ୍କାରୁ ୨୬ ଟଙ୍କା‌ ପର୍ଯ୍ୟନ୍ତର ବୃଦ୍ଧି ହୋଇଛି। ନୂଆ ମଜୁରି ଏପ୍ରିଲ୍ ୧ରୁ ଲାଗୁ ହେବ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ଦୈନିକ ମଜୁରି ୨୨୨ ଟଙ୍କା ଥିଲା। ତାହା ୧୫ ଟଙ୍କା ବୃଦ୍ଧି ପାଇ ୨୩୭ ଟଙ୍କା ହୋଇଛି। ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ରାଜସ୍ଥାନରେ ମଜୁରି ସର୍ବାଧିକ ବୃଦ୍ଧି ପାଇ ୨୫୫ ଟଙ୍କା ହୋଇଛି। ବିହାର ଓ ଝାଡ଼ଖଣ୍ଡ୍‌ର ମଜୁରି ୨୨୮ ଟଙ୍କାକୁ ବୃଦ୍ଧି ପାଇଛି। ଛତିଶଗଡ଼ ଓ ମଧ୍ୟପ୍ରଦେଶର ମଜୁରି ୨୨୧ ଟଙ୍କାକୁ ବୃଦ୍ଧି ପାଇଛି। କର୍ଣ୍ଣାଟକ, ଗୋଆ, ମେଘାଳୟ ଓ ମଣିପୁରରେ ମନରେଗା ମଜୁରି ୨-୧୦ ପ୍ରତିଶତ ମଧ୍ୟରେ ବଢ଼ିଛି। ଆନ୍ଧ୍ରପ୍ରଦେଶରେ ଦୈନିକ ମଜୁରି ୨୭୨ ଟଙ୍କା, ଅରୁଣାଚଳ ପ୍ରଦେଶରେ ୨୨୪ ଟଙ୍କା, ଆସାମରେ ୨୩୮ ଟଙ୍କା, ଗୁଜରାଟରେ ୨୫୬ ଟଙ୍କା, ହରିୟାଣାରେ ୩୫୭ ଟଙ୍କା, କର୍ଣ୍ଣାଟକରେ ୩୧୬ ଟଙ୍କା, କେରଳରେ ୩୩ ଟଙ୍କା, ମହାରାଷ୍ଟ୍ରରେ ୨୭୩ ଟଙ୍କା, ପଞ୍ଜାବରେ ୩୦୩ ଟଙ୍କା, ରାଜସ୍ଥାନରେ ୨୫୫ ଟଙ୍କା ଓ ଉତ୍ତରପ୍ରଦେଶରେ ୨୩୦ ଟଙ୍କାକୁ ବୃଦ୍ଧି ପାଇଛି। ମନରେଗା ହେଉଛି କେନ୍ଦ୍ର ସରକାରଙ୍କ ଏକ ଲୋକପ୍ରିୟ ଗ୍ରାମୀଣ ନିଯୁକ୍ତି ଯୋଜନା। ଏଥିରେ ଗରିବ ପରିବାରର ପ୍ରାପ୍ତବୟସ୍କ ସଦସ୍ୟଙ୍କୁ ବର୍ଷକୁ ୧୦୦ ଦିନର କାମ ନିଶ୍ଚିତ ଦେବା ଲାଗି ବ୍ୟବସ୍ଥା କରାଯାଇଛି। ମନରେଗା ଆଇନ ୨୦୦୫ର ଧାରା ୬(୧) ଅନୁସାରେ କେନ୍ଦ୍ର ସରକାର ହିତାଧିକାରୀମାନଙ୍କ ଦୈନିକ ମଜୁରି ନିର୍ଧାରଣ କରୁଛନ୍ତି।

Breaking News