Report Card Odisha

| Daily Odia News

ଅଗ୍ନିବୀର ଙ୍କୁ ମିଳିବ ୧୦% ନିଯୁକ୍ତି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା କୁ ବିରୋଧ କରି ଦେଶବ୍ୟାପୀ ନିଆଁ ଜଳୁଛି | ଦେଶରେ ଅନେକ ଜାଗାରେ ବିକ୍ଷୋଭକାରୀ ଜାତୀୟ ସମ୍ପତ୍ତି ନଷ୍ଟକରି ଦେଲେଣି | ଏହାକୁ ଦେଖି ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବଡ଼ ଘୋଷଣା କରିଛି । ସିଏପିଏଫ, ଆସାମ ରାଇଫଲ୍ସଙ୍କୁ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ ମିଳିବ। ସାରା ଦେଶରେ ବିବାଦ ପରେ ସରକାର ଅଗ୍ନିପଥ ଯୋଜନାରେ ପୁଣି ପରିବର୍ତ୍ତନ କରିଛନ୍ତି । ‘ଅଗ୍ନିପଥ’ ଯୋଜନା ଅନ୍ତର୍ଗତ ୪ ବର୍ଷ ପୁରଣ କରିଥିବା ଅଗ୍ନିବୀରଙ୍କୁ ଗୃହମନ୍ତ୍ରାଳୟ ପକ୍ଷରୁ ସିଏପିଏଫ, ଆସାମ ରାଇଫଲ୍ସରେ ନିଯୁକ୍ତି ସମୟରେ ୧୦% ସଂରକ୍ଷଣ ଦିଆଯିବ ବୋଲି ଆଜି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିସହ ନିଯୁକ୍ତି ବେଳେ ସେମାନଙ୍କର ବୟସ ୩ବର୍ଷ କୋହଳ କରାଯିବ । ଅନ୍ୟ ପକ୍ଷରେ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାର ୫ବର୍ଷ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି |

 

Breaking News