Report Card Odisha

| Daily Odia News

ପ୍ରତି ସମବାୟ ସମିତିରେ ହେବ ମାଇକ୍ରୋ ଏଟିଏମ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତି ସମବାୟ ସମିତିରେ ଗୋଟିଏ ଲେଖାଏଁ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କରିବାକୁ ଯୋଜନା କରୁଛନ୍ତି । ସମବାୟ ବ୍ୟାଙ୍କଗୁଡ଼ିକର ଏଟିଏମ୍ ବ୍ୟବସ୍ଥାର ପୁନରୁଦ୍ଧାର ହେବ । ପୂର୍ବରୁ ଏନେଇ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହି ମାଇକ୍ରୋ ଏଟିଏମରୁ ଚାଷୀମାନେ ସର୍ବାଧିକ ୫ ହଜାର ଟଙ୍କାର ନଗଦ ଅର୍ଥରାଶି ଉଠାଇ ପାରିବେ । ଯଦି ଚାଷୀମାନେ ଏହି ଅର୍ଥଠାରୁ ଅଧିକ ଉଠାଇବାକୁ ଚାହାନ୍ତି ତେବେ ସେମାନେ ଅନ୍ୟ ଜାତୀୟକରଣ ବ୍ୟାଙ୍କର ଏଟିଏମ୍ ସୁବିଧା ନେଇ ପାରିବେ । ସମବାୟ ବିଭାଗର ଡେବିଟ୍ କାର୍ଡକୁ ଅନ୍ୟ ବ୍ୟାଙ୍କରେ ଏଟିଏମ କିଓସ୍କୋରେ ବ୍ୟବହାର କରାଯାଇ ପାରିବ । ଏ ନଇ ସମସ୍ତ ଜାତୀୟକରଣ ବ୍ୟାଙ୍କ ସହିତ ସମବାୟ ବିଭାଗ ବୁଝାମଣା କରିବ । ତେବେ ପ୍ରାଇଭେଟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇବା ନେଇ ବ୍ୟବସ୍ଥା ହେବା ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ଏଟିଏମ୍ ସୁବିଧା ପାଇଁ ବିଭାଗ ପକ୍ଷରୁ ଏକ ବିସ୍ତୃତ ନିର୍ଦ୍ଦେଶନାମା ପ୍ରସ୍ତୁତ କରାଯାଉଛି । ସମବାୟ ବ୍ୟାଙ୍କଗୁଡ଼ିକରେ ଚାଷୀମାନେ ଆକାଉଣ୍ଟ ଖୋଲୁଥିଲେ ହେଁ ଏଟିଏମ୍ ସୁବିଧା ନ ଥିବାରୁ ସେମାନେ ଟଙ୍କା ଉଠାଇବା ସମୟରେ ବ୍ୟାଙ୍କ ଶାଖାକୁ ଯାଉଛନ୍ତି । ଚାଷୀମାନେ ମାରମ୍ବାର ମାନୁଆଲ ପଦ୍ଧତିରେ ଟଙ୍କା ଉଠାଇବା ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି । ବ୍ୟାଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ଅଧିକ କାରବାର ନିହାତି ଆବଶ୍ୟକ । ତେଣୁ ଚାଷୀମାନେ କିଭଳି ଏଟିଏମ୍ ମାଧ୍ୟମରେ ସମବାୟ ବ୍ୟାଙ୍କରୁ ଅଧିକ ଟଙ୍କା ଉଠାଇବେ, ଅଧିକ ସଞ୍ଚୟ କରିବେ ସେନେଇ ଗୁରୁତ୍ୱ ଦିଆଯିବ । ଏଟିଏମ୍ ସୁବିଧା କାର୍ଯ୍ୟକାରୀ ହେବା ଫଳରେ ଅଧିକ ଚାଷୀ ସମବାୟ ବ୍ୟାଙ୍କ ସହ ଯୋଡ଼ି ହୋଇ ପାରିବେ ।

Breaking News