ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ ମୋଗାରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଅଭିନବ ଚୈଧୁରୀଙ୍କ ମୃତ୍ୟୁ ହୋଇଛି । ବିଳମ୍ୱିତ ରାତି ପ୍ରାୟ ୧ଟାରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ଭାରତୀୟ ବାୟୁସେନା ସମବେଦନା ଜଣାଇବା ସହ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟ କରି ଏହି ସୂଚନା ଦେଇଛି ଭାରତୀୟ ବାୟୁସେନା । ପଞ୍ଜାବ ମୋଗା ସହରର ବାଗପୁରାନା ଗାଁର ଲାଙ୍ଗିଆନା ଖର୍ଡ ନିକଟରେ ଯୁଦ୍ଧ ବିମାନ ମିଗ୍ -୨୧ ବିଳମ୍ୱିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସୂଚନା ଅନୁଯାୟୀ ନିୟମିତ ତାଲିମ ନେବାପାଇଁ ବିମାନ ଉଡାଣ କରିଥିଲେ ପାଇଲଟ ଅଭିନବ ଚୌଧୁରୀ । ହେଲେ କିଛି ସମୟେ ପରେ ବିମାନଟି କ୍ରାସ ହୋଇଯାଇଥିଲା । ତେବେ ଏଥିରେ ଥିବା ପାଇଲଟଙ୍କ ମୃତ୍ୟୁ ହୋଇଛି । ଭାରତୀୟ ବାୟୁସେନା ତରଫରୁ କୁହାଯାଇଛି ଯେ, ପାଇଲଟଙ୍କ ମୃତ୍ୟୁ ପରେ ଆମେ ତାଙ୍କ ପରିବାର ସହ ଛିଡା ହେବୁ । ଏଠାରେ କହିରଖୁଯେ, କିଛିସମୟ ପୂର୍ବରୁ ଭାରତୀୟ ବାୟୁସେନା ଅଧିକାରୀ କହିଥିଲେ କି, ପାଇଲଟ ଅଭିନବଙ୍କର କୌଣସି ଖୋଜ ଖବର ମିଳୁନାହିଁ । ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ମଧ୍ୟ କରାଯାଇଥିଲା ।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..