ରିପୋର୍ଟ କାର୍ଡ / ପୁରୀ
ଗତକାଲି ପୁରୀ ବେଳାଭୂମିରେ ଗାଧୋଇବ ବେଳେ କାଲିଭାସି ନିଖୋଜ ଥିବା ପର୍ୟ୍ୟଟକଙ୍କର ଆଜି ମୃତ ଦେହ ମିଳିଛି | ପୁରୀ ଚକ୍ରତୀର୍ଥ ରୋଡ୍ ପିଙ୍କ ହାଉସ୍ ସମ୍ମୁଖ ବେଳାଭୂମିରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗର ଅରବାଜ୍ କାଦ୍ରି । ସେ କୋଲକାତାରେ ଏରୋନଟିକାଲ ଇନଷ୍ଟିଚ୍ୟୁଟର ଛାତ୍ର ଥିଲେ । ଭୁବନେଶ୍ୱର ଏକ ପରୀକ୍ଷା ଦେବା ପାଇଁ ସମସ୍ତେ ଆସିଥିଲେ । ଦୁଇ ଜଣ ସାଙ୍ଗଙ୍କ ସହ ପୁରୀ ଯାଇଥିଲେ । ଗତକାଲି ଲାଇଟ ହାଉସ୍ ନିକଟ ବିରଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ବେଳେ ଲହଡ଼ି ମାଡ଼ରେ ସମୁଦ୍ରରେ ଭାସି ଯାଇଥିଲେ ଅରବାଜ୍ ଓ ତାଙ୍କର ୨ ଜଣ ସାଙ୍ଗ । ଚିତ୍କାର ଶୁଣି ଦୁଇ ଜଣଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଥିଲା । ନିଖୋଜ ଥିଲେ ଅରବାଜ । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….