Report Card Odisha

| Daily Odia News

ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇରାନର କେନ୍ଦ୍ରୀୟ ଅଞ୍ଚଳରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରୀୟ ଇରାନର ଏକ ଫଳ ଏବଂ ପନିପରିବା ବଜାରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଇରାନର ରାଜଧାନୀ ତେହେରାନରୁ ପ୍ରାୟ ୩୩୦ କିଲୋମିଟର ଦକ୍ଷିଣରେ ଇସଫାହାନ ପ୍ରଦେଶର ଡୋରଚେ ସହରରେ ଘଟିଛି। ଇରାନୀ ବାୟୁସେନା ଘାଟି ଇସଫାହାନ ନିକଟରେ ଅବସ୍ଥିତ। ଏହା ଇରାନର ମୁଖ୍ୟ ପରମାଣୁ କେନ୍ଦ୍ର। ଜୁନ୍ ମାସରେ ଇରାନ-ଇସ୍ରାଏଲ ଯୁଦ୍ଧ ସମୟରେ ଆମେରିକା ଏହି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଏହା ବ୍ୟତୀତ ଫୋର୍ଡଓ ଏବଂ ନାଟାଞ୍ଜ ପରମାଣୁ କେନ୍ଦ୍ର ଉପରେ ମଧ୍ୟ ବୋମା ପକାଯାଇଥିଲା। ସେନା ହେଲିକପ୍ଟରଟି ତାଲିମ ଉଡ଼ାଣରେ ଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Breaking News