Report Card Odisha

| Daily Odia News

ମହଙ୍ଗା ହେଲା କ୍ଷୀର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି ଅମୁଲ| ଏକ ବିଜ୍ଞପ୍ତି ଜାରି କରି ଅମୁଲ କହିଛି, ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଅମୁଲ୍ ପାଉଚ୍ କ୍ଷୀରର ମୂଲ୍ୟରେ ସଂଶୋଧିତ ହୋଇଛି। ଗତ ୧୦ ମାସ ମଧ୍ୟରେ କ୍ଷୀର ମୂଲ୍ୟରେ ୧୨ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି। କ୍ଷୀରର ମୂଲ୍ୟ ଲିଟର ପିଛା ୩ ବୃଦ୍ଧି ପାଇଛି । ସେହିପରି ଅମୁଲ ତାଜା ଅଧା ଲିଟର କ୍ଷୀର ୨୭ ଟଙ୍କାରେ ଉପଲବ୍ଧ ହେବ। ଏହାର ୧ ଲିଟର ପ୍ୟାକେଟ୍ ପାଇଁ ୫୪ ଟଙ୍କା ଦେବାକୁ ପଡିବ। ଅମୁଲ ଗୋଲ୍ଡର ଏକ ଅଧା ଲିଟର ପ୍ୟାକେଟ୍ ବର୍ତ୍ତମାନ ୩୩ ଟଙ୍କାରେ ଉପଲବ୍ଧ ହେବ। ଯେତେବେଳେ କି ଏହାର ୧ ଲିଟର ପାଇଁ ୬୬ ଟଙ୍କା ଦେବାକୁ ପଡିବ। ଏହାପୂର୍ବରୁ ପ୍ରାୟ ସାତ ବର୍ଷ ପର୍ଯ୍ୟନ୍ତ କ୍ଷୀରର ମୂଲ୍ୟ ବୃଦ୍ଧି ହୋଇନଥିଲା।

Breaking News