Report Card Odisha

| Daily Odia News

କ୍ଷୀର ଲିଟର ୨୧୦ ଟଙ୍କା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ମୁଦ୍ରାସ୍ଫୀତି ନୂତନ ରେକର୍ଡ ସୃଷ୍ଟି କରି ୧୯୭୫ ପରଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରଥମ ଥର ପାଇଁ ଦୁଗ୍ଧ ମୂଲ୍ୟ ଲିଟର ପିଛା ୨୦୦ ଟଙ୍କା ପାର ହୋଇଛି। ସେଠାରେ କିଛି ଦୋକାନୀ କ୍ଷୀର ଲିଟର ପିଛା ୨୧୦ ଟଙ୍କାରେ ବିକ୍ରି କରୁଛନ୍ତି। କୁକୁଡ଼ା ମାଂସ କିଲୋଗ୍ରାମ ପ୍ରତି ୮୦୦ ଟଙ୍କା ହୋଇଛି। ଜାନୁଆରୀ ମାସରେ ଚିକେନ ଦର କିଲୋଗ୍ରାମ ପ୍ରତି ୩୯୦-୪୨୦ ଟଙ୍କା ରହିଥିଲା । ବର୍ତ୍ତମାନ ତାହା ୭୦୦ ଟଙ୍କାରୁ ୮୦୦ ଟଙ୍କା କେଜି ପିଛା ବିକ୍ରି କରାଯାଉଛି। ସେହିପରି ହାଡ ନଥିବା ମାଂସ କିଲୋଗ୍ରାମ ପ୍ରତି ୧୦୦୦ରୁ ୧୧୦୦ ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ତଳେ ଏହାର ଦର ୧୫୦-୨୦୦ ଟଙ୍କା ବୃଦ୍ଧି ହୋଇଛି । ହାଡ ଥିବା ମାଂସ କେଜି ପିଛା ୮୦୦ରୁ ୮୫୦ ଟଙ୍କା ରହିଛି ।

Breaking News