ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏହା ସହିତ ଉତ୍ତରପ୍ରଦେଶର ଅଯୋଧ୍ୟା ଜିଲ୍ଲାର ମିଲ୍କିପୁର ଲୋକସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା ହୋଇଛି। ସେଠାରେ ଫେବ୍ରୁଆରି ୫ତାରିଖରେ ମତଦାନ ହେବ ଏବଂ ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇବ। ଜାନୁଆରୀ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ଜାନୁଆରୀ ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନବଦୀପ ରିନୱା କହିଛନ୍ତି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀମାନେ ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଜାନୁଆରୀ ୧୮ତାରିଖରେ ନାମାଙ୍କନ ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜାନୁଆରି ୨୦ ରହିଛି। ଅବଧେଶ ପ୍ରସାଦ ଫୈଜାବାଦରୁ ସାଂସଦ ହେବା ପରେ ମିଲ୍କିପୁର ଆସନ ଖାଲି ପଡ଼ିଥିଲା। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅଯୋଧ୍ୟା ସାଂସଦ ଅବଧେଶ ପ୍ରସାଦଙ୍କ ପୁଅଙ୍କୁ ସେଠାରେ ପ୍ରାର୍ଥୀ କରିସାରିଛନ୍ତି। ତେବେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହିଁ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..