Report Card Odisha

| Daily Odia News

ଶପଥ ନେବାର ୧୦ ଦିନ ପରେ ହାରିଗଲେ ସୁରେନ୍ଦ୍ର ପାଲ ସିଂ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନରେ ସୁରେନ୍ଦ୍ର ପାଲ ସିଂ ଶପଥ ନେବାର ୧୦ ଦିନ ପରେ ମନ୍ତ୍ରୀ ପଦ ହରାଇଛନ୍ତି। ୧୦ ଦିନ ପରେ ହୋଇଥିବା ଉପ-ନିର୍ବାଚନରେ ୧୨ ହଜାରରୁ ଉଦ୍ଧ୍ଵର୍ର୍ ଭୋଟରେ ପରାଜିତ ହୋଇଛନ୍ତି । କରଣପୁର ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସ ବାଜି ମାରି ନେଇଛି । ପରାଜୟ ପରେ ବିଜେପି କହିଛି ଏହି ପରାଜୟ ବିଜେପି ସରକାର ଉପରେ କୌଣସି ପ୍ରଭାବ ପକାଇବନାହିଁ। ସୂଚନା ଅନୁସାରେ ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନରଙ୍କର ପରଲୋକ ଘଟିଥିଲା। ଯାହାପରେ କରଣପୁର ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇ ଏହି ଆସନରେ ଉପ-ନିର୍ବାଚନ ପାଇଁ ଘୋଷଣା ହୋଇଥିଲା । ବିଜେପି ପକ୍ଷରୁ ଭଜନଲାଲ ସରକାର ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଗୁରମିତଙ୍କ ପୁଅ ରୂପିନ୍ଦରଙ୍କୁ ପ୍ରାର୍ଥୀ କରିଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ବଡ ବିଜୟ ହାସଲ କରିଛନ୍ତି । ରୂପିନ୍ଦରଙ୍କ ବିଜୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

Breaking News