Report Card Odisha

| Daily Odia News

ଦଶମ-ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ,ପିଲାମାନେ ପାଠ ପଢନ୍ତୁ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିଛି | ପିଲାମାନେ ପାଠ ପଢନ୍ତୁ, ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେନେଇ ପ୍ରସ୍ତୁତି ଚାଲିଛି । ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏପରି ସୂଚନା ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହୁଅନ୍ତୁ । କରୋନା ଗ୍ରାଫ୍ ତଳମୁହାଁ ହେଉଛି, ସ୍ଥିତିରେ ସୁଧାର ଆସୁଛି । ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେନେଇ ପ୍ରସ୍ତୁତି ଚାଲିଛି । ଖାସ କରି ପିଲାମାନେ ପାଠ ପଢନ୍ତୁ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ମାଟ୍ରିକ ଫାଷ୍ଟ ସମେଟିଭ୍ ପରୀକ୍ଷା ସରିଛି । ଫଳାଫଳ ଠିକ୍ ସମୟରେ ବାହାରିବ। ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ଆଗାମୀ ଦିନରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ହେବା ନେଇ ଦ୍ୱନ୍ଦ ଲାଗିରହିଥିଲା । କିନ୍ତୁ ଏସବୁ ଦ୍ୱନ୍ଦକୁ ଦୁର କରିଛନ୍ତି ମନ୍ତ୍ରୀ ।

 

 

 

Breaking News