ରିପୋର୍ଟ କାର୍ଡ / ଭୁବନେଶ୍ଵର
ନୂଆ କରି ମନ୍ତ୍ରୀମଣ୍ଡ ଗଠନ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀଙ୍କ ସହ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପ୍ରାୟ ୪୦ମିନିଟ ଧରି ଆଲୋଚନା କରିଛନ୍ତି | ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଗୁରୁମନ୍ତ୍ର ଦେଇଛନ୍ତି। ସମସ୍ତ ମନ୍ତ୍ରୀ ଏଣିକି ୬-ଟି ମନ୍ତ୍ର ନେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପୂର୍ବରୁ ୫-ଟି ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲୋଜି, ଟାଇମ୍, ଟ୍ରାନ୍ସଫର୍ମେସନ୍ ମନ୍ତ୍ରରେ କାମ କରିବାକୁ କୁହାଯାଉଥିବାବେଳେ ଏଥିରେ ଆଜି ଆଉ ଏକ ଟି ଅର୍ଥାତ୍ ‘ଟୁର୍’ ଯୋଡ଼ି ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମନ୍ତ୍ରୀମାନେ ଏଣିକି ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବେ। ଏଥିପାଇଁ ଜିଲ୍ଲା ଓ ବ୍ଲକସ୍ତରକୁ ନିୟମିତ ଗସ୍ତ କରିବେ। ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଏହାର ସମାଧାନ କରିବା ନେଇ ପଦକ୍ଷେପ ନେବେ। ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହ ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଶତ ପ୍ରତିଶତ ପୂରା କରିବେ। ମନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନବୀନ ନିବାସରେ ପ୍ରାୟ ଅଧ ଘଣ୍ଟା ଧରି ମନ୍ତ୍ରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..