ରିପୋର୍ଟ କାର୍ଡ / ମୟୁରଭଞ୍ଜ
ଦିବ୍ୟାଙ୍ଗ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜନୈକ ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି । ମେଳା ଦେଖିବାକୁ ଯାଇଥିବା ନାବାଳିକା ଦିବ୍ୟାଙ୍ଗ ଯୁବତୀଙ୍କୁ କେହି ଦୁଷ୍କର୍ମ କରି ଜଙ୍ଗଲରେ ଫୋପାଡି ଦେଇଥିଲେ । ଏହି ଘଟଣାରେ ପୋଲିସରେ ଅଭିଯୋଗ ପରେ ତଦନ୍ତ କରାଯାଇଥିଲା । ପୋଲିସ ତଦନ୍ତରେ ବାବାଙ୍କ ସମ୍ପୃକ୍ତି ଜଣାପଡିଥିଲା । ଆତ୍ମଘୋଷିତ ବାବା ଜେଠାରାମ ମୁର୍ମୁଙ୍କ ସମ୍ପୃକ୍ତି ଜଣାପଡିବା ପରେ ପୋଲିସ ପକ୍ଷରୁ ଭଣ୍ଡ ବାବାକୁ ଗିରଫ କରାଯାଇଛି । ପୂର୍ବରୁ ଗାଁ କମିଟି ପକ୍ଷରୁ ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଥିଲା । ବଡସାହି ଗାଁ କମିଟି ଜୋରିମାନା କରି ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲା । ତେବେ ପୀଡିତା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପରେ ବାସ୍ତବ ଘଟଣା ସାମ୍ନାକୁ ଆସିଛି । ୨୩ ତାରିଖ ଦିନ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ । ଗାଁ କମିଟି ପକ୍ଷରୁ ୯୦ ହଜାର ଟଙ୍କା ଫାଇନ ପକାଇ ଘଟଣା ଚପାଇ ଦେବାକୁ ଉଦ୍ୟମ କରିଥିଲା । କିନ୍ତୁ ସେ ୫ ହଜାର ଦେଇ ଖସି ପଳାଇଥିଲେ। ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଭିଡ଼ିବାରୁ ପରିବାର ଲୋକ ତାଙ୍କୁ ପିଆରଏମ୍ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ | ଏନେଇ ଖବର ପାଇ କିଛି ସାମାଜିକ କର୍ମୀ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ବାରିପଦା ଟାଉନ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଜନୈକ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଥିବା ସୂଚନା ମିଳିଛି |
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….