ରିପୋର୍ଟ କାର୍ଡ / ଯାଜପୁର
ଯାଜପୁର ରୋଡ୍ ଗୋଶାଳା ଛକରେ ଥିବା ଘରୋଇ ନର୍ସିଂହୋମ ସିଲ୍ ହେବ। ଆସନ୍ତା ୨୦ ତାରିଖ ଡେଡ୍ଲାଇନ୍ କହିଛନ୍ତି ସିଡିଏମ୍ଓ। ଘରୋଇ ନର୍ସିଂହୋମ୍ ଆଇନ୍ର ଉଲ୍ଲଙ୍ଘନ କରିଛି ତେଣୁ ସିଲ୍ ହେବ। ନାବାଳିକା ପୀଡ଼ିତାକୁ ଯାଜପୁର ସକ୍ଷୀ ଘରେ ସିଡବ୍ଲୁଓର କାଉନ୍ସେଲିଂ କରାଯାଇଛି। ମାଟ୍ରିକ୍ ପରୀକ୍ଷା ଦେବାକୁ ପୀଡ଼ିତା ପ୍ରଶାସନକୁ ଅନୁମତି ମାଗିଥିବା ସୂଚନା ମିଳିଛି। ୭୦ ବର୍ଷୀୟ ଅଭିଯୁକ୍ତ ବୃଦ୍ଧ ଓ ନର୍ସିଂ ହୋମ୍ ଏମ୍ଡି ପୂର୍ବରୁ ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ରୋଡରେ ଜଣେ ନାବାଳିକାକୁ ଗର୍ଭବତୀ ଓ ବେଆଇନ ପ୍ରସବ କରିବା ଘଟଣାରେ ନୂଆ ମୋଡ଼ ଦେଖାଦେଇଛି । ନାବାଳିକା ରହୁଥିବା ଭଡ଼ା ଘରର ମାତ୍ର କିଛି ଦୂରରୁ ନବଜାତ ଉଦ୍ଧାର ହୋଇଛି । ସ୍ଥାନୀୟ ବାସିନ୍ଦା ଓ ପୋଲିସ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ମେଡିକାଲର ଶିଶୁ ବିଶେଷଜ୍ଞ କହିଛନ୍ତି । ନାବାଳିକା ଜଣକ ଘରୋଇ ମେଡିକାଲରେ ଶିଶୁକୁ ଜନ୍ମ ଦେଇଥିଲେ । ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ପୋଲିସର ସୂଚନା ଅନୁଯାୟୀ ବ୍ୟାସନଗର କୋପଣ୍ଡ ଗାଁର ୭୦ ବର୍ଷୀୟ ପଦ୍ମନାଭ ଶତପଥୀଙ୍କ ଘରେ ନାବାଳିକା କାମ କରୁଥିଲେ । କାମ କରୁଥିବା ବେଳେ ବାରମ୍ବାର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ନାବାଳିକା ଗର୍ଭବତୀ ହେବା ପରେ ଅଭିଯୁକ୍ତ ତାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ୍ ର ଏକ ଘରୋଇ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି । ତେବେ ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା ।






More Stories
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..
ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….